ଗ୍ରାମ ହେଉଛି ଓଡ଼ିଶାର ଆତ୍ମା । ଗ୍ରାମରେ ଭରି ରହିଛି ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ବଣଜଙ୍ଗଲ ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ । କୃଷି, ପରିଶ୍ରମ ଓ ସହଯୋଗ ମାଧ୍ୟମରେ ଗ୍ରାମୀଣ ଜୀବନ ଗଢ଼ି ଉଠେ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ।
ଯେତେବେଳେ ଗ୍ରାମର ଉନ୍ନତି, ଶିକ୍ଷା, ସ୍ୱଚ୍ଛତା ଓ ରୋଜଗାରର ବୃଦ୍ଧି ପାଏ, ସେତେବେଳେ ସମଗ୍ର ଓଡ଼ିଶା ଆଗକୁ ବଢ଼େ । ଗ୍ରାମର ସୁଦୃଢତା ଓ ସମୃଦ୍ଧି ଏକ ବିକଶିତ ଓଡ଼ିଶା ଗଢ଼ିବାର ପ୍ରମୁଖ ଆଧାର ।
ଗ୍ରାମାଞ୍ଚଳର ଭିତ୍ତିଭୂମି ଓ ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଏକ ଜନମଙ୍ଗଳକାରୀ ଯୋଜନା “ବିକଶିତ ଗାଁ ବିକଶିତ ଓଡ଼ିଶା” ଶୁଭାରମ୍ଭ କରିଛନ୍ତି ।
ଯୋଜନାର ଉଦ୍ଦେଶ୍ୟ
ବିଭିନ୍ନ ବିକାଶମୂଳକ ପ୍ରକଳ୍ପମାନଙ୍କୁ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ଭିତ୍ତିଭୂମିର ତ୍ୱରିତ ଅଭିବୃଦ୍ଧି କରିବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ।



