Skip to main content

ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (ଭି.ବି- ଜୀ ରାମ ଜୀ) ବିଷୟରେ

Panchayati Raj & Drinking Water Department Inner Banner

ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (ଭି.ବି- ଜୀ ରାମ ଜୀ) ବିଷୟରେ

ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (ଭି.ବି- ଜୀ ରାମ ଜୀ)

ବିକଶିତ ଭାରତ- ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) : ଭି.ବି- ଜୀ ରାମ ଜୀ (ବିକଶିତ ଭାରତ- ଜୀ ରାମ ଜୀ) ଅଧିନିୟମ ୨୦୨୫, ଡିସେମ୍ବର ମାସ ୨୦୨୫ ରେ ସଂସଦରେ ପରୀତ ହୋଇଥିଲା ଏବଂ ଏହା ୧ ଜୁଲାଇ ୨୦୨୬ ରୁ ସାରା ଦେଶରେ ଲାଗୁ ହେଲା ।  ଏହି ଅଧିନିୟମର ଧାରା ୩ ର ଉପ-ଧାରା (୧) ଅନୁଯାୟୀ ରାଜ୍ୟ ସରକାର "ବିକଶିତ ଭାରତ- ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ): ଭି.ବି- ଜି ରାମ ଜି (ବିକଶିତ ଭାରତ- ଜି ରାମ ଜି), ଓଡ଼ିଶା" ଯୋଜନାକୁ ୧ ଜୁଲାଇ ୨୦୨୬ ରୁ  ସାରା ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି ଏହି ଯୋଜନା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଲାଗୁ ହେଉଅଛି

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରର ପ୍ରାପ୍ତବୟସ୍କ ସଦସ୍ୟମାନେ ସ୍ୱଇଚ୍ଛାରେ ଅଣକୁଶଳ ଶାରୀରିକ ଶ୍ରମ କରିବାକୁ ଆଗ୍ରହ ପ୍ରକାଶ କଲେ, ସେହି ପରିବାରକୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧୨୫ ଦିନର ମଜୁରୀଭିତ୍ତିକ ନିଯୁକ୍ତିର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରାଯାଏ। ଏହା ଗ୍ରାମୀଣ ପରିବାରମାନଙ୍କ ଆୟ ସୁରକ୍ଷା ସୁନିଶ୍ଚିତ କରିବା ସହ ସ୍ଥାୟୀ ଜୀବିକାର ବିକାଶକୁ ସୁଦୃଢ଼ କରେ।

ଏହି ଯୋଜନାରେ ନିଯୁକ୍ତି ସୃଷ୍ଟିକୁ ଗ୍ରାମୀଣ ଭିତ୍ତିଭୂମି ବିକାଶ ସହ ସମନ୍ୱିତ କରାଯାଇଛି, ଯାହା ନିମ୍ନଲିଖିତ ଚାରୋଟି ପ୍ରାଥମିକ କ୍ଷେତ୍ର (Priority Verticals) ଉପରେ ଆଧାରିତ—

  1. ଜଳ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ।
  2. ମୂଳ ଗ୍ରାମୀଣ ଭିତ୍ତିଭୂମି (Core Rural Infrastructure)ର ବିକାଶ।
  3. ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି (Livelihood-related Infrastructure)ର ସୃଷ୍ଟି ଓ ସୁଦୃଢିକରଣ।
  4. ଚରମ ପାଣିପାଗ ବିପର୍ଯ୍ୟୟର  ପ୍ରଶମନ (Mitigation of Extreme Weather Events) ନିମନ୍ତେ ବିଶେଷ କାର୍ଯ୍ୟ ।
  5. ଲକ୍ଷ୍ୟ ସମୂହ

(କ) ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି, ଯେଉଁ ଗ୍ରାମୀଣ ପରିବାରର ପ୍ରାପ୍ତ ବୟସ୍କ ସଦସ୍ୟମାନେ ଅକୁଶଳୀ (Unskilled) ଶାରୀରିକ ଶ୍ରମ (Manual Work) କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସନ୍ତି, ସେମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ ଏକ ଶହ ପଚିଶ ଦିନର ବର୍ଦ୍ଧିତ ଆଇନଗତ (Enhanced Statutory) କର୍ମ ନିଯୁକ୍ତି ଗ୍ୟାରେଣ୍ଟି (Wage-Employment Guarantee) ପ୍ରଦାନ କରିବା; ଯାହାଦ୍ୱାରା ଗ୍ରାମୀଣ ବିକାଶର ଢାଞ୍ଚାକୁ 'ବିକଶିତ ଭାରତ @୨୦୪୭' ର ଜାତୀୟ ଲକ୍ଷ୍ୟ ସହିତ ସାମଞ୍ଜସ୍ୟ ରକ୍ଷା କରାଯାଇପାରିବ ଏବଂ ସେମାନଙ୍କୁ ଏକ ବ୍ୟାପକ ଜୀବିକା ନିରାପତ୍ତା ବ୍ୟବସ୍ଥାରେ ଅଧିକ ସକ୍ରିୟ ଭାବେ ସାମିଲ କରାଯାଇପାରିବ।

(ଖ) ସଶକ୍ତିକରଣ (Empowerment), ବିକାଶ (Growth), ସଂଯୋଜନା (Convergence) ଓ ପରିପୂର୍ଣ୍ଣତା (Saturation) ଉପରେ ଗୁରୁତ୍ୱ ଦେଇ ସର୍ବଜନୀନ କାମ (Public Works) ମାଧ୍ୟମରେ "ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ସ୍ତୁ" (Viksit Bharat National Rural Infrastructure Stack) ଗଠନ କରିବା; ସେହଭଳି ଜଳ ସୁରକ୍ଷା (Water Security) ସମ୍ବନ୍ଧୀୟ କାମ, ମୂଳ ଗ୍ରାମୀଣ ଭିତ୍ତିଭୂମି (Core Rural Infrastructure), ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି (Livelihood-related Infrastructure) ଓ ଚରମ ପାଗପାଣି ବିପର୍ଯ୍ୟୟ (Extreme Weather Events) କୁ ପ୍ରଶମନ ନିମନ୍ତେ ବିଶେଷ କାମ ଉପରେ ବିଷୟଭିତ୍ତିକ (Thematic) ଗୁରୁତ୍ୱ ଦିଆଯିବ।

(ଗ) କୃଷି କାର୍ଯ୍ୟର ମୁଖ୍ୟ ସମୟରେ (Peak Agricultural Seasons) ଆବଶ୍ୟକୀୟ କୃଷି-ଶ୍ରମିକଙ୍କ ସହଜ ଉପଲବ୍ଧତା ନିଶ୍ଚିତ ସହାୟକ ହେବା ଏବଂ ଗ୍ରାମୀଣ କାର୍ଯ୍ୟବଳ (Rural Workforce) ପାଇଁ ଶ୍ରମ-ନିଯୁକ୍ତି ଗ୍ୟାରେଣ୍ଟି (Wage-Employment Guarantee) କୁ ଦୃଷ୍ଟିରେ ରଖି ଏହାର କାର୍ଯ୍ୟକାରିତାକୁ ସୁବ୍ୟବସ୍ଥିତ କରିବା।

(ଘ) ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ସଂଯୋଜନା (Convergence), ପରିପୂର୍ଣ୍ଣତା-ଭିତ୍ତିକ ଯୋଜନା (Saturation-driven planning) ଏବଂ ସମ୍ପୂର୍ଣ୍ଣ ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅନୁଷ୍ଠାନିକ ରୂପ ଦେବା (Institutionalise); ଗ୍ରାମ ପଞ୍ଚାୟତଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହାକୁ 'ପି.ଏମ୍. ଗତି ଶକ୍ତି' ସହିତ ସଂଯୁକ୍ତ (Integrated) କରାଯିବ; ଯାହା ଭୂ-ସ୍ଥାନିକ ପ୍ରଣାଳୀ (Geospatial systems), ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି (Digital Public Infrastructure), ଜିଲ୍ଲା ଏବଂ ରାଜ୍ୟ ଯୋଜନା ପ୍ରକ୍ରିୟା ଦ୍ୱାରା ପରିଚାଳିତ ହେବ; ଏବଂ ଏହି ଯୋଜନାଗୁଡ଼ିକୁ ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଏକତ୍ରୀକୃତ କରାଯିବ।

(ଙ) ଏକ ସାମଗ୍ରିକ ଡିଜିଟାଲ୍ ବ୍ୟବସ୍ଥା (Digital Ecosystem) ମାଧ୍ୟମରେ ପ୍ରଶାସନିକ ପରିଚାଳନା, ଜବାବଦାୟିତ୍ୱ ଏବଂ ନାଗରିକ ସହଭାଗିତାକୁ ଆଧୁନିକୀକରଣ କରିବା; ଏଥିରେ ବିଭିନ୍ନ ସ୍ତରରେ ବାୟୋମେଟ୍ରିକ୍ ପ୍ରମାଣୀକରଣ (Biometric Authentication), ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (GPS) କିମ୍ବା ମୋବାଇଲ୍-ଭିତ୍ତିକ କାର୍ଯ୍ୟକ୍ଷେତ୍ର ଅନୁଧ୍ୟାନ, ତତ୍‌କ୍ଷଣାତ୍ ପରିଚାଳନା ସୂଚନା ପ୍ରଣାଳୀ (Real-time Management Information System - MIS) ଡ୍ୟାସବୋର୍ଡ, ସକ୍ରିୟ ସର୍ବସାଧାରଣ ସୂଚନା ପ୍ରଣାଳୀ (Proactive Public Disclosures) ପ୍ରଦାନ ଏବଂ ଯୋଜନା ପ୍ରଣୟନ, ଅଡ଼ିଟ୍ ଓ ଜାଲିଆତି ରୋକିବା ପାଇଁ କୃତ୍ରିମ ବୁଦ୍ଧିମତା (Artificial Intelligence) ର ବ୍ୟବହାର ଅନ୍ତର୍ଭୁକ୍ତ ହେବ।

 

ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାରେ ନିଯୁକ୍ତି ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ, ଆଜୀବିକାର ବିକାଶ, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ଜଳବାୟୁ ସହନଶୀଳ ଗ୍ରାମୀଣ ଭିତ୍ତିଭୂମି ଗଠନ ମାଧ୍ୟମରେ ବିକଶିତ ଗ୍ରାମ – ବିକଶିତ ଭାରତ ର ଲକ୍ଷ୍ୟ ସାକାର କରିବାକୁ ପ୍ରୟାସ କରାଯାଉଛି।