Skip to main content

ସାଂସଦ ଆଦର୍ଶ ଗ୍ରାମ ଯୋଜନା

Panchayati Raj & Drinking Water Department Inner Banner

ସାଂସଦ ଆଦର୍ଶ ଗ୍ରାମ ଯୋଜନା

ସାଂସଦ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୧୪ ମସିହା ଅକ୍ଟୋବର ମାସ ୧୧ ତାରିଖରେ କରାଯାଇଥିଲା। ଏହି ଯୋଜନାଟି ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ନୀତି ଓ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଗ୍ରାମ୍ୟ ଅଧିବାସୀମାନଙ୍କ ମଧ୍ୟରେ ଦେଶାତ୍ମବୋଧ, ଆତ୍ମବିଶ୍ୱାସ ଓ ସାମୁହିକ ଚେତନା ଜାଗ୍ରତ କରାଇବା ସଙ୍ଗେ ସଙ୍ଗେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିବା ଏହି ଯୋଜନାର ଲକ୍ଷ୍ୟ ଅଟେ ଏହା ଗ୍ରାମୀଣ ଭାରତର ଆତ୍ମାକୁ ଅକ୍ଷୁଣ୍ଣ ରଖିବା ସହ ଏହାର ଅଧିବାସୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇଦେଇ ସେମାନଙ୍କୁ ନିଜେ ନିଜର ଭାଗ୍ୟ ବିଧାତା ହେବା ନିମନ୍ତେ ସହଯୋଗ କରିବା ଏହି ଯୋଜନାର ମୂଳମନ୍ତ୍ର

ସାଂସଦ ଆଦର୍ଶ ଗ୍ରାମ ଯୋଜନାଗ୍ରାମଗୁଡିକର ବିକାଶ ନିମନ୍ତେ 8 ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଥାଏ ଯାହା ହେଉଛି ମୌଳିକ ସୁବିଧା, ସାମାଜିକ ବିକାଶ, ମାନବ ବିକାଶ, ପରିବେଶ ବିକାଶ, ବ୍ୟକ୍ତିଗତ ବିକାଶ, ସାମାଜିକ ସୁରକ୍ଷା, ଅର୍ଥନୈତିକ  ବିକାଶ ଏବଂ ଉତ୍ତମ ଶାସନ ଚିହ୍ନଟ ଗ୍ରାମପଞ୍ଚାୟତ ମାନଙ୍କରେ ସାଂସଦ ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟତ ବିଭିନ୍ନ ବିଦ୍ୟମାନ କେନ୍ଦ୍ରୀୟ , କେନ୍ଦ୍ରୀୟ ପ୍ରାୟୋଜିତ ଏବଂ ରାଜ୍ୟ ଯୋଜନାଗୁଡିକର ସମ୍ମିଶ୍ରଣ ଦ୍ୱାରା ସମ୍ପନ୍ନ ହୋଇଥାଏ

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା SAGYର ଶେଷ ପର୍ଯ୍ୟାୟ ମାର୍ଚ୍ଚ ୨୦୨୪ ରେ ସମାପ୍ତ କରିବାକୁ ସ୍ଥିର କରାଯାଇଥିଲାଅଦ୍ୟାବଧି ଓଡ଼ିଶାର ମାନ୍ୟବର ସଂସାଦମାନଙ୍କ ଦ୍ୱାରା ୨୦୧୪-୨୪ ମଧ୍ୟରେ (ଡିସେମ୍ବର ୨୦୨୪ ସୁଦ୍ଧା) ୨୮ଟି ଜିଲ୍ଲାର ୧୦୬ଟି ଗ୍ରାମପଞ୍ଚାୟତକୁ SAGY ଅଧୀନରେ କାର୍ଯ୍ୟାନ୍ୱୟନ  ପାଇଁ ଚୟନ କରାଯାଇଅଛି ବିଭିନ୍ନ ଉନ୍ନୟନ ଯୋଜନାଗୁଡିକର ମିଳିତ ସହଯୋଗରେ ଏହାର କାର୍ଯ୍ୟକାରିତା ପାଇଁ ୩୨୯୫ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଛି, ଯେଉଁଥିରୁ ୨୭୪୨ ଟି ସମ୍ପୂର୍ଣ୍ଣ ହୋଇଛି, ଯାହାର ୮୩ % କାର୍ଯ୍ୟାନ୍ୱୟନ ହୋଇଛି  ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ  ନିର୍ଦ୍ଦେଶ ଦିଆଯାଇଛି