ଗ୍ରାମାଞ୍ଚଳରେ କଚ୍ଚା ଘରେ ବସବାସ କରୁଥିବା କିମ୍ବା ବାସହୀନ ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଆର୍ଥିକ ବର୍ଷ ୨୦୧୪-୧୫ ଠାରୁ ଅଦ୍ୟାବଧି ୪୦ ଲକ୍ଷରୁ ଊର୍ଦ୍ଧ୍ଵ ପକ୍କା ଘର ନିର୍ମାଣ କରି ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଆମ ରାଜ୍ୟ ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟରୂପେ ପରିଗଣିତ ହୋଇପାରିଛି । ବର୍ତ୍ତମାନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅଧୀନରେ ନିମ୍ନ ଲିଖିତ ଯୋଜନଗୁଡିକ କାର୍ଯ୍ୟକାରୀ ହେଉଅଛି :
• ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ
• ଅନ୍ତ୍ୟୋଦୟ ଗୃହ ଯୋଜନା
• ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍.-ଜନମନ) ମିଶନ ଅଧୀନରେ ଗୃହ ଯୋଗାଣ



